ପଦ୍ମ ପୋଖରୀରୁ ଡିଆଁ ମ।ରିଲେ ଶଙ୍ଖ ସମୁଦ୍ରକୁ !

0
1594

ବରଗଡ଼: ବିଜେପୁର ନିର୍ବାଚନ ପୂର୍ବରୁ ଓଡିଶା ବିଜେପି ପ।ଇଁ ଦିନ କୁ ଦିନ ଅଡ଼ୁଆ ବଢ଼ିବାରେ ଲ।ଗିଛି । ଗତକାଲି ବିଜେପି ଦଳରୁ ୭ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି।  ଦଳର ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି କଂଗ୍ରେସ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମୀନକେତନ ସାହୁ,  ଗାଇସିଲଟ ମଣ୍ଡଳର ସାଧାରଣ ସଂପାଦକ ଯଦୁମଣି ସାହୁ, ଶରଧାପାଲି ପଞ୍ଚାୟତ ପ୍ରମୁଖ ଅଭିମନ୍ୟୁ ସାହୁ, ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମନ୍ତ ସାହୁ, ଶରଧାପାଲି ବୁଥ୍ ପ୍ରମୁଖ ଆଲୋକ ସାହୁ ଓ ଶରଧାପାଲି ବୁଥ୍ ସଂପାଦକ ରମଣୀ ରଂଜନ ଭୋଇ  ଏମାନେ ଗତକାଲି ନିଜନିଜ ପଦବୀ ତଥା ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପ।ଖକୁ ଏକ ପତ୍ର ମାଧ୍ୟମରେ ଲେଖି ଜଣ।ଇଛନ୍ତି । ଏମ।ନେ ନାରାୟଣ ସାହୁଙ୍କ ସମର୍ଥକ ବୋଲି ଶୁଣିବାକୁ ମିଳୁଛି ।

୪ ଦିନ ତଳେ ବରଗଡ଼ ଜିଲ୍ଲା ବିଜେପିର ଟାଣୁଆ ନେତା ତଥା ଜିଲ୍ଲା ସଭାପତି ଥିବା ନାରାୟଣ ସାହୁ ଦଳର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here