ନାବାଳିକା ଚାଲାଣରେ ଓଡ଼ିଶା ପୁଲିସର ହାତ ରହିଛି: ଦିଲ୍ଲୀ ମହିଳା କମିଶନ

0
2464

ଭୁବନେଶ୍ୱର: ରାଜ୍ୟରେ ନାବାଳିକା ଚାଲାଣକୁ ନେଇ ବଡ ଉଦ୍ବେଗ ପରିସ୍ଥିତି ଦେଖାଯାଉଥିବା ବେଳେ ଏକ ସଂଗୀନ ଅଭିଯୋଗ ଆସିଛି ଓଡିଶା ପୋଲିସ ବିରୁଦ୍ଧରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ କହିଛନ୍ତି ନାବାଳିକା ଚାଲାଣରେ ଓଡ଼ିଶା ପୁଲିସର ହାତ ରହିଛି । ତାଙ୍କ କହିବା ମୁତାବକ ସୁନ୍ଦରଗଡ଼ ଲାଠିକଟାରୁ ଅପହୃତ ଯୁବତୀ ରାଜସ୍ଥାନରୁ ଉଦ୍ଧାର କରାଯାଇଥିଲା |ସମ୍ପୃକ୍ତ ନାବାଳିକାକୁ ମାତ୍ର ୫ ଲକ୍ଷ ଟଙ୍କାରେ ଭଉଣୀ ଓ ଭିଣୋଇ ରାଜସ୍ଥାନରେ ବିକ୍ରି କରିଦେଇଥିଲେ । ତେବେ ନାବାଳିକାକୁ ଥରେ ଉଦ୍ଧାର କରାଯାଇ ଓଡ଼ିଶା ପଠାଯାଇଥିଲା । ତେବେ ସେଠାରେ ଓଡ଼ିଶା ପୁଲିସ ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର ନକରି ପୁଣି ରାଜସ୍ଥାନ ପଠାଇ ଦେଇଥିବା କହିବା ସହ ନାବାଳିକା ଚାଲାଣରେ ଓଡ଼ିଶା ପୁଲିସର ହାତ ଥିବା ସ୍ୱାତୀ ମାଲିୱାଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here