Sunday, August 25, 2019
Home ରାଜନୀତି ନବୀନଙ୍କ ବିଚକ୍ଷଣ ର।ଜନୀତି ପ।ଇଁ ସେ ୧୮ ବର୍ଷ ହେଲା ଶ।ସନରେ ଅଛନ୍ତି:ଯୋଗେଶ ସିଂ

ନବୀନଙ୍କ ବିଚକ୍ଷଣ ର।ଜନୀତି ପ।ଇଁ ସେ ୧୮ ବର୍ଷ ହେଲା ଶ।ସନରେ ଅଛନ୍ତି:ଯୋଗେଶ ସିଂ

0
217

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ଅନ୍ତଃକନ୍ଦଳ ଏବେ ଉଗ୍ରରୂପ ଧାରଣ କରିଥିବା ବେଳେ ବିଧାୟକମାନଙ୍କ ବୟାନ ଏହାକୁ ଆହୁରି ଘନୀଭୂତ କରୁଛି । ପ୍ରଥମେ ନବ ଦାସଙ୍କ ଦଳ ଛାଡ଼ିବା ପ୍ରସଙ୍ଗ ରାଜ୍ୟ ରାଜନୀତି ଚର୍ଚ୍ଚାକୁ ଖୋରାକ ଯୋଗାଇଥିବା ବେଳେ ବିଧାୟକ ଯୋଗେଶ ସିଂଙ୍କ ମନ୍ତବ୍ୟ ଆହୁରି ତୀବ୍ର କରି ଦେଇଛି । ବିଧାୟକମାନେ ଦଳର ରାଜ୍ୟ ହାଇକମାଣ୍ଡଙ୍କ ପ୍ରତି ଅସନ୍ତୁଷ୍ଟ ଥିବା ଏକ ପ୍ରକାର ସ୍ପଷ୍ଟ ହୋଇଗଲାଣି । ଏପରିକି ଆଗାମୀ ୨୫ରେ ଓଡ଼ିଶା ଗସ୍ତରେ ଆସୁଥିବା ହାଇକମାଣ୍ଡଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତାଙ୍କ ପାଇଁ ଜନ ସାଧାରଣ ହାଇକମାଣ୍ଡ ଦ୍ୱିତୀୟରେ ପାର୍ଟି ହାଇକମାଣ୍ଡ ବୋଲି କହିଛନ୍ତି । ତେବେ ସେ ବିଜେଡ଼ି ଆଡ଼କୁ ଢଳୁଥିବା ମନ୍ତବ୍ୟରୁ ଜଣାପଡ଼ିଛି ।

କିଛି ଦିନ ହେବ ଦଳର ବିଧାୟକମାନେ ଅସନ୍ତୁଷ୍ଟ ଥିବା ପରିଲକ୍ଷିତ ହେଉଛି । ତେବେ ଗତକାଲି କିଞ୍ଜିରିକେଲାର ଏକ ସଭାରେ ଯୋଗେଶ ସିଂ ଗଣମାଧ୍ୟକୁ ଦେଇଥିବା ବୟାନରୁ ସ୍ପଷ୍ଟ ହେଉଛି । ଏପରି କି ସେ ରାହୁଲ ଗାନ୍ଧୀଙ୍କ ସଭାରେ ଯୋଗ ଦେଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେ ପୂର୍ବରୁ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି । ତେଣୁ ରାହୁଲ ଗାନ୍ଧୀଙ୍କ ସଭାରେ ସେ ଯୋଗ ଦେଇପାରିବେ ନାହିଁ । ତାଙ୍କ ମାଟି ଆଗ ପାର୍ଟି ପଛ । ମୋ ହାଇକମାଣ୍ଡ ଜନତା ପରେ ଦଳ ହାଇକମାଣ୍ଡ ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ବିଜେଡ଼ି ହାଇକମାଣ୍ଡ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ତାଙ୍କର ହେଉଛି ବିଚକ୍ଷଣ ରାଜନୀତି । ନବୀନଙ୍କର ସେହିଭଳି ଦକ୍ଷତା ଥିବାରୁ ବିଗତ ୧୮ ବର୍ଷ ହେଲା ଶାସନ କରୁଛନ୍ତି । ଯୋଗେଶଙ୍କ ଏହି ମନ୍ତବ୍ୟ ବିଜେଡ଼ି ପ୍ରୀତି ଭଳି ପ୍ରତୀୟମାନ ହେଉଛି । ମାତ୍ର ଲୋକେ ଯାହା କହିବେ ସେ ମାନିବେ ବୋଲି କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ହେବ ଲଗାତର ଚର୍ଚ୍ଚା ହେଉଛି ଝାରସୁଗୁଡା କଂଗ୍ରେସ ବିଧାୟକ ନବକିଶୋର ଦାସ ଦଳ ଛାଡ଼ିବେ । ଏହା ସହିତ ସେ ବିଜେଡ଼ିରେ ଯୋଗ ଦେଇ ପାରନ୍ତି । ତେବେ ବିଧାୟକଙ୍କ ଦଳ ଛାଡିବା ଉପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଆଦର୍ଶହୀନ ବ୍ୟକ୍ତି ଦଳ ଛାଡିଲେ କଂଗ୍ରେସ ପାଇଁ ଭଲ । ଆଦର୍ଶହୀନ ଲୋକ ଗଲେ ଆଦର୍ଶ ଥିବା ଲୋକ ଦଳରେ ସାମିଲ ହେବେ ବୋଲି ନିରଞ୍ଜନ କହିଥିଲେ ।

LEAVE A REPLY

Please enter your comment!
Please enter your name here