ଦିଲ୍ଲୀର ବହୁତଳ ବିଶିଷ୍ଟ କୋଠାରେ ଭୟାବହ ଅଗ୍ନିକାଣ୍ଡ: ୫ ମୃତ, ୧୧ ଆହତ

0
15

ନୂଆଦିଲ୍ଲୀ, ଅଗଷ୍ଟ ୦୬ : ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଏକ ବହୁତଳ ବିଶିଷ୍ଟ କୋଠାରେ ସୋମବାର ରାତି ଭୟାବହ ଅଗ୍ନିକାଣ୍ଡ ଘଟଣା ଘଟିଛି । ଏହି ଅଗ୍ନିକାଣ୍ଡ ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।

ANI

@ANI

Delhi Fire Service: 5 people dead & 11 injured in a fire that broke out in a multi-storey building in Zakir Nagar, late last night.

View image on TwitterView image on TwitterView image on Twitter
31 people are talking about this

ଜାକିର ନଗରରେ ଘଟିଥିବା ଏହି ଅଗ୍ନିକାଣ୍ଡ ଘଟଣା ସଂପର୍କରେ ସୂଚନା ମିଳିବା ପରେ ଦମକଳ ବାହିନୀର ୫ଟି କଂପାନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଂଚି ୫ ଜଣ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରିଥିବା ବେଳେ ଆମ୍ବୁଲାନ୍ସ ମାଧ୍ୟମରେ ୧୧ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଛି । ପାଖାପାଖି ୨୦ରୁ ଅଧିକ ଲୋକଙ୍କୁ କୋଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

LEAVE A REPLY

Please enter your comment!
Please enter your name here