ତିତଲି ପ୍ରଭ।ବରେ ଏଯ।ବତ ୬୧ ମୃତ,୧୧ ଜଣଙ୍କ ମୃତ୍ୟୁର ତଦନ୍ତ ଚ।ଲିଛି :ମୁଖ୍ୟ ଶାସନ ସଚିବ

0
86
ଭୁବନେଶ୍ୱର:ରାଜ୍ୟ ସଚିବାଳୟରେ ସାମୁଦ୍ରିକ ବାତ୍ୟା ‘ତିତ୍‌ଲି’ ସଂପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ତିତ୍‌ଲି କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଛନ୍ତି । ଏ ପର୍ଯ୍ୟନ୍ତ  ୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁର କାରଣ ନେଇ ତଦନ୍ତ ଚାଲିଥିବା ଜଣାପଡ଼ିଛି । ରାସ୍ତା ଓ ପାନୀୟ ଜଳର ପୁନରୁଦ୍ଧାର କାମ ଶେଷ ହୋଇଛି । କେବଳ ଗ୍ରାମାଞ୍ଚଳରେ ଅଳ୍ପ କିଛି କାମ ବାକି ଅଛି ବୋଲି କହିଛନ୍ତି । ତିତ୍‌ଲି ପ୍ରଭାବିତ ଅଞ୍ଚଳରେ ୫୦ କେଜି ଲେଖାଏଁ ଚାଉଳ ଦିଆଯାଇଛି। ପାନୀୟ ଜଳ ଯୋଗାଣ ସ୍ୱାଭାବିକ ହୋଇଛି। ଗ୍ରାମାଞ୍ଚଳରେ ୬୫୦ରୁ ୫୭୦ଟି ଗାଁକୁ ପାନୀୟ ଜଳ ଯୋଗାଣ ସ୍ୱାଭାବିକ ହୋଇଛି। ନଳକୂପ ମରାମତି ହେବ ସହ ଆସନ୍ତା ୨୨ତାରିଖ ସୁଦ୍ଧା ୯୦% ବିଦ୍ୟୁତ୍ କାମ ସରିବ ବୋଲି ସୂଚନା ଦିଆଯାଇଛି। ଗଜପତିରେ ୧୧ କୋଟିର ନଗଦ ଟଙ୍କା ବଣ୍ଟା ସରିଛି। ସେହିପରି ଗଞ୍ଜାମ ଜିଲ୍ଲାରେ ନଗଦ ଟଙ୍କା ବଣ୍ଟା ଶେଷ ପର୍ଯ୍ୟାୟରେ ପହଁଚିଛି। ଗଜପତିକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲାରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇଛି। କ୍ଷୟକ୍ଷତି ନେଇ କେନ୍ଦ୍ରକୁ ପ୍ରାରମ୍ଭିକ ରିପୋର୍ଟ ଦିଆଯାଇଥିବା ଶ୍ରୀ ପାଢ଼ୀ ସମୀକ୍ଷା ବୈଠକରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here