ଜେଟଲୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର

0
16

ନୂଆଦିଲ୍ଲୀ: ଆଜି ଅସୁସ୍ଥତା ଯୋଗୁଁ AIMS ରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ । ସକାଳ ୧୧ଟାରୁ AIMSରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଡାକ୍ତର ବି. କେ. ବହଲଙ୍କ ତତ୍ୱାବଧାନ ରେ ଚିକିତ୍ସା ଚାଲିଛି । ICU ରେ ତାଙ୍କର ଚିକିତ୍ସା ଚାଲିଛି । ଜେଟଲୀଙ୍କ ଚିକିତ୍ସା କରୁଛନ୍ତି ସ୍ୱତନ୍ତ୍ର ଟିମ । ଜେଟଲୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ AIMS ପକ୍ଷରୁ ବୁଲେଟିନ ଜାରି ହୋଇଛି । ଜେଟଲୀଙ୍କ ଚିକିତ୍ସା ସମ୍ପର୍କିତ ଖବର ସାଢେ ଦଶଟା ରେ ପ୍ରକାଶ ପାଇବ । ଏନେଇ AIMS ରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । AIMS ରେ ପହଂଚିଛନ୍ତି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ସେଠାକୁ ଯାଇଛନ୍ତି । ଲୋକସଭା ବାଚସ୍ପତି ଓମ ବିରଲା ବି ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here