ଘଟଗାଁ ବ୍ଲକ ରେ ରାସନ ଚାଉଳ ମାଗିବାରୁ ମହିଳାଙ୍କୁ ନିସ୍ତୁକ ମାଡ଼,ବ୍ଲକ ଓ ପୋଲିସ ପ୍ରଶାସନ ର କାର୍ଯ୍ୟାନୁଷ୍ଠାନ ଶୁନ ।

0
205

ଘଟଗାଁ ( ରୁଦ୍ର ପ୍ରସାଦ ବେହେରା ) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଘଟଗାଁ ବ୍ଲକ ମୁକ୍ତାପୁର ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟ ରେ ଜଣେ ମୁଣ୍ଡା ସମ୍ପ୍ରଦାୟ ର ମହିଳା ସରସ୍ୱତୀ ମୁଣ୍ଡା ଙ୍କୁ ନିସ୍ତୁକ ମାଡ଼ ମରାଯାଇଛି । ଖାଉଟି ରାସନ କାର୍ଡ ରେ ଚାଉଳ ମାଗିବାକୁ କେନ୍ଦ୍ର କରି ମାରପିଟ ହୋଇଥିବା ଜାଣିବାକୁ ମିଳିଛି ସୂଚନାଯୋଗ୍ୟ କି ,ମହିଳା ଜଣକ ଗତ ଦୁଇ ମାସ ହେବ ରାସନ କାର୍ଡ ଚାଉଳ ପାଇବାରୁ ବଞ୍ଚିତ ଥିଲେ । ଗତକାଲି ସମସ୍ତେ ଧାଡି ରେ ଯାଇ ଚାଉଳ ନେବା ପାଇଁ ଠିଆ ହେଇଥିବା ବେଳେ ଉକ୍ତ ମହିଳା ଜଣକ ନିଜର ଦୁଇ ମାସ ର ଚାଉଳ ପାଇଁ ଅନୁରୋଧ କରିଥିଲେ, କିନ୍ତୁ ,ସେଠାରେ ଧାଡି ରେ ଥିବା ଅନ୍ୟମାନେ ବିରୋଧ କରିବା ସହ ପ୍ରବଳ ଠେଲା ପେଲା ସହ ଚୁଟି ଧରି ତଳେ କଚାଡି ଦେବା ସହ ମାଡ଼ ମାରିଥିଲେ ମଧ୍ୟ କେହି ଜଣେ ହେଲେ ମାଡ଼ ରୁ ମହିଳା ଙ୍କୁ ରକ୍ଷା କରି ନଥିଲେ । ଉକ୍ତ ପଞ୍ଚାୟତ ର ପିଇଓ ନୀଳମଣୀ ଜେନା ପଞ୍ଚାୟତ କୁ ଆସୁନଥିବା ବେଳେ ଚାଉଳ ବଣ୍ଟନ ହେଉଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଵସ୍ଥା ଗୁରୁତର ଥିବା ବେଳେ , ଏଭଳି ଘଟଣା କୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲ ରେ ନା ପସନ୍ଦ କରାଯାଇଛି ।

LEAVE A REPLY

Please enter your comment!
Please enter your name here