ଗ୍ୟାସ ବୋଝେଇ ଟ୍ରକ ମ।ଡିଯ।ଇ ଦୁଇ ମୃତ୍ୟୁ ୨ ଗୁରୁତର

0
83

ସୁବର୍ଣ୍ଣପୁର:(ଶରତ ମହାପାତ୍ର)ସୁବର୍ଣ୍ଣପୁର ଜିଲ୍ଲା ବିନିକା ଚେରୁପାଲି ଛକରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଏକ ଗ୍ୟାସ ବୋଝେଇ ଟ୍ରକ ଆଜି ସଂଧ୍ୟାରେ ଗୋଡଭଗା ବିନିକା ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ଯାଇଥିଲା ।ଚାରିଜଣ ଯାତ୍ରୀ ଚେରୁପାଲି ବସଷ୍ଟପରେ ବସକୁ ଅପେକ୍ଷା କରିଥିବା ବେଳେ ଏହି ଗ୍ୟାସ ବୋଝେଇ ଟ୍ରକ ଯାତ୍ରୀମାନଙ୍କୁ ଧକକା ଦେଇଥିଲା ।ଫଳରେ ରାସ୍ତା କଡରେ ଛିଡା ହୋଇଥିବା ଦୁଇ ଜଣ ଯାତ୍ରୀ ଟ୍ରକ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ବେଳେ ଧକକା ଖାଇଥିବା ଦୁଇ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି ।ମୃତକ ଦୁଇଜଣ ସଉଲପୁର ଗାଁର ଜନ ଗରିଆ ଓ ଚେରୁପାଲି ଗାଁର ରୁଖା ଭରାସାଗର ବୋଲି ଜଣା ପଡିଛି ।ବିନିକା ପୋଲିସ ଘଟଣାସ୍ଥଳକୁ ପହଂଚି ଆହତ ଦୁଇ ଜଣଙ୍କୁ ବିନିକା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ମୃତକମାନଙ୍କ ଶବ ବ୍ୟବଛେଦ ପାଇଁ ବ୍ୟବସ୍ଥା କରୁଛି ।ସେପଟେ ଉତ୍ୟକ୍ତ ଜନ ସାଧାରଣ ବିଶାଲପାଲି ଛକଠାରେ ମୃତକର ପରିବାର ବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ ଦାବୀରେ ରାସ୍ତାରୋକୋ କରିଛନ୍ତି ।

LEAVE A REPLY

Please enter your comment!
Please enter your name here