ଖାକିରେ କଳଙ୍କ ପ୍ରେମିକ ସହ ମିଶି ନାବାଳିକା କୁ ଦୁଷ୍କର୍ମ କଲେ ପୋଲିସ ଏ ଏସ ଆଇ

0
5013

 

ବରଗଡ : ଖାକି ବର୍ଦ୍ଧି ରେ ପୁଣି ଲାଗିଛି କଳଙ୍କ ର ଦାଗ । ଜଣେ ଦଶମ ଶ୍ରେଣୀ ନାବାଳିକା ଝିଅ ର ପ୍ରେମିକ ସହ ମିଶି ପୋଲିସ ବାବୁ ଜଣକ ସମ୍ପୃକ୍ତ ଝିଅ କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି ।ଏପରି ଲଜ୍ଜା ଜନକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ମେଲଛା ମୁଣ୍ଡା ଥାନା ଅଞ୍ଚଳ ରେ । ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ର ଜଣେ ଦଶମଶ୍ରେଣୀ ଝିଅ ତାର ମାମୁଁ ଘର ଝୁନୁଙ୍ଗାପାଲି ରେ ରହି ପାଠ ପଢୁଥିଲା । ଗତ ୮ ତାରିଖ ଦିନ ସକାଳୁ ସମ୍ପୃକ୍ତ ଝିଅ ଟି ଝୁନୁଙ୍ଗାପାଲି ରୁ ଦୀପ୍ତିପୁର କୁ ଟିଉସନ ପଢିବା ପାଇଁ ଆସୁଥିବା ବେଳେ ସେହି ମେଳଛାମୁଣ୍ଡା ଗ୍ରାମ ର କୈବଲ୍ୟ ନାଗ ନାମକ ଯୁବକ ତାକୁ ଅପହରଣ କରି ସୋହେଲା ଏ ଏସ ଆଇ ବନମାଳୀ କୁଅଁର ଙ୍କ ଭଡାଘର କୁ ନେଇ ଆସିଥିଲା । ସେଠାରେ ତା ସହ ବଳପୂର୍ବକ ଦୁଷ୍କର୍ମ କରିବା ପରେ ତାକୁ ସେଇ ଘରେ ବନ୍ଦ କରି ବାହାରୁ ତାଲା ଦେଇ ପଳେଇ ଆସିଥିଲା ।ପରେ ଏ ଏସ ଆଇ ବନମାଳୀ କୁଅଁର ଝିଅ କୁ ସୋହେଲା ଥାନା ପାଖରେ ଥିବା ନିଜ ଭଡା କ୍ୱାର୍ଟର ରେ ରଖି ଦୁଷ୍କର୍ମ କରିଥିଲେ । ଦୁଇ ଦିନ ଧରି ପରିବାର ବର୍ଗ ଖୋଜା ଖୋଜି କରିବା ପରେ ଆଜି ଝିଅ କୁ ଏକ ବସ ରେ ଫେରିଥିବା ବେଳେ ଉଦ୍ଧାର କରିଥିଲେ । ପରିବାର ଵର୍ଗ ଙ୍କ ଅଭିଯୋଗ ପରେ ଡାକ୍ତରୀ ମଇନା କରି ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here