ଖରଡି , ଆମ୍ବସାର ଖାଦାନକୁ ଲୁଟିବାକୁ ଲିଜ଼ ନେଇଛନ୍ତି ସୁକିନ୍ଦା ତହସିଲଦାର !

0
281

ସୁକିନ୍ଦା : ଖୁଲମଖୁଲା ପାହାଡରୁ ପଥର କଟା ଓ ଖାଦାନରୁ ମାଙ୍କଡା ପଥର ଚୋରାଚାଲଣ ହୋଇଚାଲିଛି । ଦିର୍ଘ ୫ ବର୍ଷହେବ ସୁକିନ୍ଦା ତହସିଲ ଅନ୍ତର୍ଗତରେ ରହିଥିବା ଖରଡି ପାହାଡକୁ କି ଆମ୍ବସାରମାଙ୍କଡା ପଥର ଖାଦାନକୁ ସରକାରଙ୍କ ପକ୍ଷରୁ ନିଲାମ ଦିଆଯାଇନି | କିନ୍ତୁ ବେଫିକର ଭାବରେ ପାହାଡରୁ ପଥର କଟା ଓ ଖାଦାନରୁ ମାଙ୍କଡା ପଥର ଚାଲଣ ହେଉଛି | ଯେଉଁଠିକି ତହସିଲଦାରଏବଂ ଜଙ୍ଗଲ ବିଭାଗ କି ଥାନା ଅଧିକାରୀ ଏଭଳି ବେଆଇନ କାରବାର ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶକରିଥିଲେ ବି ନିର୍ଦ୍ଦେସକୁ ଆଖିଠାର ମାରି ଏକ ନିର୍ଦ୍ଦିଷ୍ଠ ରାଜନୈତିକଗୋଷ୍ଠି ପଥର ଓ ମାଙ୍କଡା ପଥର ଚାଲଣ କରିବାରେ ଦିନରାତି ଲାଗିପଡିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ତହସିଲ ଓ ଜଙ୍ଗଲବିଭାଗ ଆଖି ଆଗରେ ଏଭଳି କାର୍ଯ୍ୟ ଚାଲୁଥିବା ବେଳେ ନିର୍ଦ୍ଦେଶ ଦେଇ ବସିଯାଇଥିବା ଉଭୟ ବିଭାଗ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଚିତ ମଣୁନାହାନ୍ତିଁ କାହିଁକି ? ଯାହାଫଳରେକି ଆଲୋଚନା ହେଉଛି ବିଭାଗିୟ ଅଧିକାରୀମାନେ ଏ ରାଜନୈତିକ ଚୋର ମାଫିଆ ଗୋଷ୍ଠିମାନଙ୍କଠାରୁ ମଦ ମାଂସ ଏବଂମାସିକିଆଚାନ୍ଦା ପକାଇବାର ସାଧାରଣରେ ଆଲୋଚନାଜୋର ଧରିଛି । ପାହାଡରେ ଦିନ ମଜୁରିଆଙ୍କୁ ମୂଲ ଲଗାଇ ରାଜନୈତିକ ମାଫିଆ ଗୋଷ୍ଠି ପାହାଡକୁ ଫଟାଇବା ପରେ ପଥର ଗୋଟେଇ ଖରଡି ଗ୍ରାମ ନିକଟରେ ଥିବା ଦୁଇଗୋଟି କ୍ରସରକୁ ଚାଲଣ କରୁଛନ୍ତି । ଖବର ଥାଉକି ୨୦୧୪ ମସିହାରେ ଖରଡି ପାହାଡକୁ ଓ ଆମ୍ବସାର ପଥର ଖାଦାନକୁ ବନ୍ଦ କରିଦିଆଯାଇଥିଲା । ଜଙ୍ଗଲବିଭାଗ ଉକ୍ତ ପାହାଡକୁ ଜଙ୍ଗଲଜମି ଆଧାରରେ ନିଜ ହେପାଜତକୁ ନେଇଥିଲେ । ପାହାଡଚାରି ପାଖକୁ ପିଲରଏବଂ ତାରରେ ବାଡବୁଲାଇ ଏହା ଜଙ୍ଗଲଜମି ଅଚଂଳର ପ୍ରବେଶ ନିଶେଧ ବୋଲି ଲେଖି ଦିଆଯାଇଥିଲା । ପାହାଡ ନିଲାମ ନହେବାରୁ ଉକ୍ତ ପାହାଡକୁ ଫଟାଇ ପଥର ବେପାରକରୁଥିବା ରାଜନୈତିକମାଫିଆ ଗୋଷ୍ଠିଚୋରାକାରବାରକୁ ଆପଣାଇନେଇଛନ୍ତି । ଯାହା ଅଭିଯୋଗହୁଏ ଉକ୍ତ ଗ୍ରାମର କିଛି କୁଜିନେତା ପାହାଡକୁ ଫଟାଇ ପଥର ଚାଲଣ କରୁଥିବା ବେଳେ ଶ୍ରମିକଶ୍ରେଣିୟ ମହିଳା ଓ ପୁରୁଷଙ୍କୁ ମଜୁରୀ ଦେଇ ଏହି କାରବାରକୁ ବେଫିକରଭାବେ କରିଚାଲିଛନ୍ତି । ମାଫିଆ ଗୋଷ୍ଠିଙ୍କ କାରବାରକୁ ରୋକିବାକୁ ତହସିଲ ପ୍ରଶାସନ ଏବଂଜଙ୍ଗଲବିଭାଗ ପାହାଡକୁ ପଡିଥିବା ରାସ୍ତାକୁ ଜେସିବି ଲଗାଇ ତାଡି ଦେଉଥିବା ବେଳେ ମାଫିଆଗୋଷ୍ଠି ରାତାରାତି ରାସ୍ତାକୁ ସମତଳ କରି ଦେଇଥାନ୍ତି ଏବଂ ପଥର ମାଫିଆମାନେ ବି ମଧ୍ୟ ରାତାରାତି ପଥର ଖାଦାନକୁ ଯାଇ ପଥର ଖାଦାନରେ ଜେସିବି ଲଗାଇ ସଫାକରାଇ କଟର ମେସିନ ଦ୍ୱାରା ପଥର କାଟି ଟ୍ରାକ୍ଟର ଏବଂ ଟ୍ରକ ଦ୍ୱାରାବାହାରକୁ ବେଫିକର ଭାବେ ଚାଲଣକରି ଦେଉଛନ୍ତି । ଏପରିକି ଜଙ୍ଗଲବିଭାଗ ପକ୍ଷରୁ ବୁଲାଯାଇଥିବା ବାଢକୁ ମଧ୍ୟ ଭାଙ୍ଗିରୁଜି ସଫାକରିଦେବାକୁ ପଛେଇ ନାହାଁନ୍ତି । ପାହାଡର ଚାରିପାଖ ମୁକୁଳା ପଡିଥିବା ବେଳେ ମାଫିଆ ଗୋଷ୍ଠି ବିନା ଡରରେ ପାହାଡ ଫଟାଇବାଠାରୁ ଆରମ୍ଭ କରି ଜଙ୍ଗଲ ଭିତରେ ଥିବା ପାହାଡର ପଥରକୁ ନିଆଁଲଗାଇ ଫଟାଇ ଚାଲଣ କରିବାରେ ଲାଗିଥିବା ବେଳେ ରାଜସ୍ୱ ଏବଂଜଙ୍ଗଲବିଭାଗ କେବଳ ନିରବଦ୍ରଷ୍ଟାସାଜିଛନ୍ତି । ଏଠାକାର ତହସିଲ ପ୍ରସାସନ ହେଉ କି ଜଙ୍ଗଲବିଭାଗ କାହାରିକୁ ରାଜନୈତିକମାଫିଆଙ୍କ ଟିକେବି ଡର ନାହିଁ । ସେହିପରି ଖରଡିଠାରେ ଥିବା ଦୁଇଗୋଟିକ୍ରସର ବିନା ପ୍ରଶାସନିକ ଅନୁମତିରେ ଚାଲୁଥିବାର ଅଭିଯଯୋଗହୋଉଛି । ତହସିଲ ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ କରାଗଲେ ମଧ୍ୟ କ୍ରସର ଦୁଇଟି ବନ୍ଦ ହେବାର ଦେଖାହୋଉନି । କ୍ରସରୁ ଉଡୁଥିବାଗୁଣ୍ଡ ନିକଟପାଖ ଗାଁର ପୋଖରୀ କୂପରେ ପଡି ବିସାକ୍ତହେଉଥିବା ଏବଂ ଏହି ପାଣିପିଇ ଲୋକେ ବିଭିନ୍ନରୋଗରେ ଆକ୍ରାନ୍ତ ହେଉଥିବାର ଖରଡି ଏବଂ ଆମ୍ବସାର ଗାଁର ବହୁଲୋକ ଅଭିଯୋଗ କରିଛନ୍ତି । ଯେଉଁଠି ରାଜସ୍ୱ ଏବଂ ଜଙ୍ଗଲବିଭାଗ କଟକଣାକୁ କ୍ରସର ହେଉବା ପାହାଡମାଫିଆ କି ପଥର ମାଫିଆ ମାନୁନାହାନ୍ତି, ସେଠେି ତହସିଲ ଅନ୍ତର୍ଗତରେ ଥିବା ସାଇରାତ ଗୁଡିକ କେତେ ସୁରକ୍ଷିତ ରହିଥିବତାହା ଅନୁମାନ କରାଯାଉଛି । ଏଇ ଦୁଇ ଦିନ ହେବ ସୁକିନ୍ଦା ତହସିଲରେ ତହସିଲଦାର କାର୍ଯ୍ୟଭାର ସମ୍ଭାଳିଥିବା ଡଃବିଶ୍ୱଜିତ ଦାସ ମୋହଦୟଙ୍କୁ ଏ ସବୁକୁ ବନ୍ଦ କରିବା ପାଇଁ କହିବାରୁ ସେ କହିଲେ ମୁଁ ଏଇ କିଛି ଦିନ ହେବ ସୁକିନ୍ଦା ଆସିଛି ଏ ବିଷୟରେ କିଛି ଜାଣିନାହିିଁ ଏବେ ଇଲେକ୍ସନ ଡ୍ୟୁଟିରେ ଥିବାରୁ ଏ ବାବଦରେ କିଛିକରିପାରିବି ନାହିଁ ବୋଲି ସଫେଇ ଦେଇଛନ୍ତି | ଏ ଦିଗରେ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଖରଡି ଗ୍ରାମ ପଞ୍ଚାୟତ ବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି |

LEAVE A REPLY

Please enter your comment!
Please enter your name here