କେନ୍ଦ୍ର ଦେଲା ମଞ୍ଜୁରୀ: ଭୁବନେଶ୍ବରରେ ଗଡ଼ିବ ୫୦ ବିଦ୍ୟୁତ୍‌ ଚାଳିତ ବସ୍‌

0
29

ଭୁବନେଶ୍ବର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଏଣିକି ବସ୍ ସେବା କ୍ଷେତ୍ରରେ ଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା। ସ୍ମାଟ୍ ସିଟି ଭୁବନେଶ୍ବରରେ ଏବେ ଗଡ଼ିବ ବିଦ୍ୟୁତ୍‌ ଚାଳିତ ବସ୍‌। ଭାରି ଉଦ୍ୟୋଗ ବିଭାଗ ପକ୍ଷରୁ ‘ଫେମ୍‌ ଇଣ୍ଡିଆ ଯୋଜନା’ର ଦ୍ବିତୀୟ ପର୍ଯ୍ୟାୟ ଅନ୍ତର୍ଗତ ସହର ଭିତରେ ଚାଲିବା ସହିତ ଗୋଟିଏ ସହରରୁ ଅନ୍ୟ ସହର ମଧ୍ୟରେ ଚଳାଚଳ କରିବା ଉଦ୍ଦେଶ୍ୟରେ ୫୫୯୫ଟି ବିଦ୍ୟୁତ୍‌ ଚାଳିତ ବସ୍‌କୁ ମଞ୍ଜୁରୀ ମିଳିଛି। ୬୪ଟି ସହର, ରାଜ୍ୟ ସରକାରୀ ସଂସ୍ଥାଏବଂ ରାଜ୍ୟ ପରିବହନ ଉପକ୍ରମ (ଏସ୍‌ଟିୟୁ) ଲାଗି ଏହି ବସ୍‌ଗୁଡ଼ିକୁ ମଞ୍ଜୁରୀ ଦିଆଯାଇଛି। ଏହି ଯୋଜନା ଅଧୀନରେ ଭୁବନେଶ୍ୱରକୁ ୫୦ ଟି ବସ୍‌ ମିଳିଛି। କ୍ୟାପିଟାଲ୍‌ ଓ ସ୍ମାର୍ଟ ସିଟି ବର୍ଗରେ ଭୁବନେଶ୍ୱରକୁ ଏହି ବସ୍‌ ମିଳିଛି। ସେହିପରି ମହାରାଷ୍ଟ୍ରକୁ  ୭୨୫, ଗୁଜୁରାଟକୁ ୫୫୦ ଓ ଆନ୍ଧ୍ରକୁ ୩୦୦ ବସ୍ ଦିଆଯିବ ବୋଲି ଘୋଷଣା କରାଯାଇଛି।

ଭାରି ଉଦ୍ୟୋଗ ବିଭାଗ ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର, ସ୍ମାର୍ଟସିଟି, ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ରାଜଧାନୀ ଏବଂ ସ୍ବତନ୍ତ୍ର ପାହ୍ୟା ବିଶିଷ୍ଟ ରାଜ୍ୟର ସହରଗୁଡ଼ିକଠାରୁ ଆଗ୍ରହ ଅଭିବ୍ୟକ୍ତି (ଇଓଆଇ) ଆମନ୍ତ୍ରଣକରାଯାଇଥିଲା। ଯାହାଦ୍ୱାରା ପରିଚାଳନା ବ୍ୟୟ ଅଧାରରେ ବିଦ୍ୟୁତ୍‌ ଚଳିତ ବସ୍‌ ଚଳାଚଳ କିମ୍ବା ଉପଯୋଗ ଲାଗି ସେମାନେ ନିଜ ନିଜ ପ୍ରସ୍ତାବ ଉପସ୍ଥାପନ କରିପାରିବେ। ୧୪ ହଜାର ୯୮୮ ଇଲେକ୍ଟ୍ରିକ୍‌ ବସ୍‌ ଚଳାଚଳ କିମ୍ବା ଉପଯୋଗଲାଗି ୨୬ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରୁ ୮୬ଟି ପ୍ରସ୍ତାବ ମିଳିଥିଲା। ଇଓଆଇ ଅନୁଯାୟୀ ଏହି ପ୍ରସ୍ତାବ ଅନୁଧ୍ୟାନ କରିବା ପରେ ପ୍ରକଳ୍ପର କାର୍ଯ୍ୟାନ୍ବୟନ ଏବଂ ମଞ୍ଜୁରୀ ସମିତି (ପିଆଇଏସି) ଠାରୁ ପରାମର୍ଶ ଗ୍ରହଣ କରାଯାଇଥିଲା। ଏହାପରେ ଗୋଟିଏ ସହରରୁ ଅନ୍ୟ ସହର ପର୍ଯ୍ୟନ୍ତ ଚଳାଚଳ କରିବା ଉଦ୍ଦେଶ୍ୟରେ ୬୪ଟି ସହର/ରାଜ୍ୟ ପରିବହନ ନିଗମ ଲାଗି ୫୦୯୫ଟି ଇଲେକ୍ଟ୍ରିକ୍‌ ବସ୍‌, ଗୋଟିଏ ସହର ଭିତରେ ଚଳାଚଳ ଲାଗି ୪୦୦ଟି ଇଲେକ୍ଟ୍ରିକ୍‌ ବସ୍‌ ଏବଂ ଅନ୍ତିମ ସ୍ଥାନ ପର୍ଯ୍ୟନ୍ତ କନେକ୍ଟିଭିଟି ନିମନ୍ତେ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମ୍‌ଆର୍‌ସି) ଲାଗି ୧୦୦ଟି ଇଲେକ୍ଟ୍ରିକ୍‌ ବସ୍‌କୁ ମଞ୍ଜୁରି ଦେଇଛନ୍ତି।

ଚଳାଚଳ ଖର୍ଚ୍ଚ ଆଧାରରେ ମଞ୍ଜୁରି ପ୍ରାପ୍ତ ଇଲେକ୍ଟ୍ରିକ୍‌ ବସ୍‌ର ନିୟୋଜନ କିମ୍ବା ଉପଯୋଗ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଚୟନିତ ସହର/ରାଜ୍ୟ ପରିବହନ ଉପକ୍ରମ ଲାଗି କ୍ରୟ ପ୍ରକ୍ରିୟାକୁ ସମୟବଦ୍ଧ ଢଙ୍ଗରେ ଆରମ୍ଭ କରିବାର ଆବଶ୍ୟକତା ରହିଛି। ଏହିବସ୍‌ ଗୁଡ଼ିକ ଚୁକ୍ତି ଅବଧି ସମୟରେ ମୋଟ ପାଖାପାଖି ୧୨୦ କୋଟି ଲିଟର ଇନ୍ଧନ ସଞ୍ଚୟ କରିବ ବୋଲି ଅନୁମାନ କରାଯାଉଛି। ଏହିକାରଣରୁ ୨.୬ ମିଲିୟନ ଟନ୍‌ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନକୁ ରୋକାଯାଇପାରିବ।

LEAVE A REPLY

Please enter your comment!
Please enter your name here