କେନ୍ଦ୍ରାପଡା ପୋଲିସ୍ ର ଏନକାଉଂଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଲିଟୁ  ଗୁରୁତର ଆହତ

0
41

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ପୁଲିସ୍ ର ପୁଣି ଏକ ଏନକାଉଂଟର । ଗତ ୧୯ ତାରିଖରେ ପୋଲିସ୍ ର ଏନକାଉଂଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଗଣେଶ ମଲିକ୍ ଆହତ ହୋଇଥିବାବେଳେ ଏବେ ପୋଲିସ୍ ର ଏନକାଉଂଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଦେବୀ ପ୍ରସାଦ ଦାସ ଆଲିଆସ ଲିଟୁ  ଗୁରୁତର ଆହତ ହୋଇଛି । ଏହି ଏନକାଉଂଟର ହୋଇଛି କେନ୍ଦ୍ରାପଡ଼ା ଜିଲା ଅଧିନସ୍ଥ  ମାର୍ଶାଘାଇ ଥାନା ଅନ୍ତର୍ଗତ ବଉଦ ଗଡ଼ା ରେ ।ବଉଦ ଗଡ଼ାରେ ଦୁର୍ଦ୍ଧାନ୍ତ ଅପରାଧୀ ଲିଟୁ କୁ ସ୍ପେଷାଲ ସ୍କାର୍ଡ଼ ଓ ମାର୍ଶାଘାଇ ପୋଲିସ୍ ଦେଖି ପିଛା କରିବାରୁ ସେ ପୋଲିସ୍ କୁ ଦେଖି ପୋଲିସ୍ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇ ତିଖିରି ରାସ୍ତା ରେ ଖସିଯିବାକୁ ଉଦ୍ୟମ କରିବା ବେଳେ ପୋଲିସ୍ ର ୨ ଟି ପାଲଟା ଗୁଳି  ଲୁଟୁର ଡ଼ାହାଣ ଗୋଡ଼ରେ ବାଜିବାରୁ ସେ ଆଉ ଯାଇପାରିନଥିଲା । ଫଳରେ ପୋଲିସ୍ ତାକୁ କାବୁ କରିବାରେ ସଫଳ ହୋଇଥିଲେ । ପୋଲିସ୍ ଲିଟୁ ନିକଟରୁ ଏକ ପିସ୍ତଲ , ତା ବାଇକ୍ ଜବତ କରିଛି । ଆହତ ଲିଟୁ କୁ ପ୍ରଥମେ ମାର୍ଶାଘାଇ ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ କେନ୍ଦ୍ରାପଡ଼ା ଜିଲା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ କେନ୍ଦ୍ରାପଡ଼ା ରୁ ଲିଟୁକୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଲିଟୁ ନାମରେ କଟକ,କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଆଦି ଅବିଭକ୍ତ ଜିଲାରେ ୫୦ ରୁ ଅପରାଧୀକ ମାମଲା ରହିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ଲିଟୁର ଘର ଗରଜଙ୍ଗା ଗ୍ରାମରେ । ସେ ଗ୍ୟାଙ୍ଗ ଷ୍ଟାର ଟିଟୋ ଓ ଧଳସାମନ୍ତ ଗ୍ୟାଙ୍ଗର ବୋଲି ସାଧାରଣରେ ଜଣାଶୁଣା । ତେବେ ସେ ନିଯେ ଏକ ଗ୍ୟାଙ୍ଗ ସୃଷ୍ଟି କରିଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପୂର୍ବରୁ ସେ ଅପରାଧୀକ ମାମଲାରେ ଜେଲ ଯାଇଥିଲା । ସେ କିଛିଦିନ ପୂର୍ବରୁ ଜେଲ ରୁ ଫେରିଥିଲା । ପୋଲିସ୍ ର  ଏନକାଉଂଟର ରେ ଦୁର୍ଦ୍ଧାନ୍ତ ଅପରାଧୀ ଲିଟୁ ଗୁରୁତର ଆହତ ହୋଇଥିବା ଖବର ଜଣାପଡ଼ିବା ପରେ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here