କାଳିଆ ଯୋଜନାର ଅବଧି ୫ ବର୍ଷ ବୃଦ୍ଧି ପାଇଁ କୃଷି ବିଭାଗର ପ୍ରସ୍ତାବ

0
13

ଭୁବନେଶ୍ୱର: ରାଜ୍ୟରେ କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଓ କୃଷକଙ୍କ ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଚୂଡାନ୍ତ କୃଷି ନୀତି ପୂର୍ବରୁ ଆଜି କୃଷିନୀତି-୨୦୧୯ର ଚିଠା ପ୍ରସ୍ତାବ ପ୍ରକାଶ ପାଇଛି। ଏଥିରେ କାଳିଆ ଯୋଜନା ସହ ଚାଷୀମାନଙ୍କ ଆୟକୁ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି। ସେହିପରି କାଳିଆ ଯୋଜନାର ଅବଧି ୫ ବର୍ଷ ବଢାଇବା ପାଇଁ ଏଥିରେ ପ୍ରସ୍ତାବ ରହିଛି। ବିଶେଷ କରି ମହିଳା ଚାଷୀ ଓ ଜଳସେଚନ ଉପରେ ଆହୁରି ଗୁରୁତ୍ୱ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ କାଳିଆ ଯୋଜନାରେ ସଫଳତା ପାଇଥିବା ଚାଷୀଙ୍କୁ ପୁରସ୍କୃତ କରାଯିବ ବୋ‌ଲି ଜଣାପଡ଼ିଛି। ସେହିପରି ପ୍ରସ୍ତାବିତ କୃଷି ନୀତିରେ ମହିଳା ଚାଷୀଙ୍କୁ ଗୁରୁତ୍ୱ ଦିଆଯିବା ସହ ସେମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ମହିଳା ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ଉଚିତ ମୂଲ୍ୟରେ ବିକ୍ରି ପାଇଁ ବଜାରର ସୁବିଧା କରାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ କୃଷି ନୀତିରେ ଗୁରୁତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଐତିହାସିକ ‘କାଳିଆ ଯୋଜନା’ ପ୍ରଣୟନ କରିଛନ୍ତି। ସାରା ରାଜ୍ୟରେ ଚାଷୀ ଭାଇମାନେ ଏହାକୁ ନିଜର ସମଥ‌ର୍ନ ଜଣାଇଛନ୍ତି। ଏହି ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଯୋଗ୍ୟ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ କୃଷକମାନଙ୍କୁ ସହାୟତା ପ୍ରଦାନ କରାଯାଉଛି।

LEAVE A REPLY

Please enter your comment!
Please enter your name here