ଆଶା କରୁଛୁ ଏମିତି ପଡ଼ୋଶୀ କାହାକୁ ନ ମିଳୁ: ରାଜନାଥ

0
15

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ପରେ ପାକିସ୍ତାନର ଆଭିମୁଖ୍ୟ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଆଶା କରୁଛୁ ଏମିତି ପଡ଼ୋଶୀ କାହାକୁ ନ ମିଳୁ। ରାଜନାଥ କହିଛନ୍ତି ଯେ ଆପଣ ଆପଣଙ୍କ ବନ୍ଧୁ ବଦଳାଇ ପାରିବେ। ମାତ୍ର ଆପଣ ପଡ଼ୋଶୀ ବଦଳାଇବା କେବେ ସମ୍ଭବ ନୁହେଁ। ଆମକୁ ପାକିସ୍ତାନ ପରି ପଡ଼ୋଶୀ ମିଳିବା ବାସ୍ତବିକ ପରିତାପର ବିଷୟ। କଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଏହାକୁ ନେଇ ପାକିସ୍ତାନ ଏତେ ପ୍ରତିକ୍ରିୟାଶୀଳ ହେବାର କୌଣସି କାରଣ ନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ଜାମ୍ମୁ-କଶ୍ମୀର ପାଇଁ ଲାଗୁ ହୋଇଥିବା ୩୭୦ ଧାରା ଉଚ୍ଛେଦ କରିବା ସହ ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରି ଜମ୍ମୁ-କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦେଇଛି। ଏଥିସହ ଲଦାଖକୁ ମଧ୍ୟ ଆଉ ଏକ କେନ୍ଦ୍ରଶାସିତ ଅଞ୍ଚଳ କରିଛି। ଏସବୁ ନିଷ୍ପତ୍ତି ପରେ ପାକିସ୍ତାନ ଭାରତର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବା ସହ ନିଜ ରାଷ୍ଟ୍ରଦୂତଙ୍କୁ ମଧ୍ୟ ଦିଲ୍ଲୀରୁ ଫେରାଇ ନେଇଛି। ଭାରତ ସହ ସମସ୍ତ ପ୍ରକାର କୂଟନୈତିକ ସମ୍ପର୍କ ମଧ୍ୟ ଛିନ୍ନ କରିବା ଘୋଷଣା କରିଛି। ଭାରତ ସହ ଥିବା ବାଣିଜ୍ୟିକ ସମ୍ପର୍କ ମଧ୍ୟ ବନ୍ଦ କରିବା ପାଇଁ ଘୋଷଣା କରିବା ପରେ ରାଜନାଥ ଏପରି ପ୍ରତିକ୍ରିୟା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here