ଆଜି ବିଜେଡିରେ ଯୋଗ ଦେଇପାରନ୍ତି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ

0
35

ଭୁବନେଶ୍ୱର : ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇପାରନ୍ତି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ । ଯୋଗେଶଙ୍କ ଯୋଗ ଦାନାକୁ ନେଇ ବିଜେଡି ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣା ପଡିଛି | କିଛି ଦିନ ତଳେ କଂଗ୍ରେସ ଛାଡିଥିଲେ ଯୋଗେଶ। ଗତ ୨ ତାରିଖରେ ଯୋଗେଶ ପ୍ରସଙ୍ଗରେ ବିଜେଡି କର୍ମୀଙ୍କୁ ମନାଇବା ଲାଗି ସୁନ୍ଦରଗଡ଼ ବିଜେଡି ନେତ୍ରୀ କୁସୁମ ଟେଟେଙ୍କ ଘରେ ଏକ ବୈଠକ ବସିଥିଲା। ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ପ୍ରଶାନ୍ତ ନନ୍ଦ ଯାଇଥିଲେ। ହେଲେ ବୈଠକ ଫେଲ୍‌ ମାରିଥିଲା। ସେପଟେ ଏନେଇ ବିଜେଡି ମୁଖପାତ୍ର ପୁଷ୍ପେନ୍ଦ୍ର ସିଂଦେଓ କହିଛନ୍ତି, ଯଦି କୌଣସି ଅସୁବିଧା ଥାଏ ତାହେଲେ ତାହା ନିଜ ଭିତରେ ସମାଧାନ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |  ଅନ୍ୟପଟେ ଯୋଗେଶଙ୍କୁ ବିଜେଡିରେ ମିଶାଇବା ପୂର୍ବରୁ କୁସୁମ ଟେଟେଙ୍କୁ ଥଇଥାନ କରିଛି ବିଜେଡି | କୁସୁମ ଟେଟେଙ୍କୁ ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି | ୨ ବର୍ଷ ପାଇଁ ଦାୟିତ୍ୱରେ ରହିବ କୁସୁମ ଏନେଇ ନିଯୁକ୍ତି ବିଜ୍ଞପ୍ତି ରାଜ୍ୟ ସରକାର ପ୍ରକାଶ କରିଛନ୍ତି |

LEAVE A REPLY

Please enter your comment!
Please enter your name here