ଆଜି ଜୟପୁର ଆସିବେ ରାହୁଲ ଗାନ୍ଧୀ

0
49

ଜୟପୁର :ଜୟପୁର ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ପାଖାପାଖି ୪ ଘଣ୍ଟା ଏଠାରେ ରହିବା ସହ ଦୁଇଟି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ। ବୋଲି ସୂଚନା ମିଳିଛି।

କଂଗ୍ରେସର ପୂର୍ବ ନିର୍ଧାରିତ ସୂଚୀ ଅନୁଯାୟୀ ଆସନ୍ତାକାଲି ସକାଳ ୮ଟା ୪୫ମିନିଟରେ ଦିଲ୍ଲୀ ଛାଡ଼ିବେ ଶ୍ରୀ ଗାନ୍ଧୀ। ସକାଳ ୧୦ଟା ୫୦ମିନିଟରେ ବିଶାଖାପାଟଣା ପହଞ୍ଚିବେ। ସ୍ବତନ୍ତ୍ର ବିମାନ ଯୋଗେ ଜୟପୁର ଆସି ସ୍ଥାନୀୟ ଗାନ୍ଧୀ ଛକସ୍ଥିତ ଶିବ ସାଇ ଫଙ୍କସନ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗଦେବେ। ଏଥିପାଇଁ ସକାଳ ୧୧ଟା ୫୦ ମିନିଟ ନିର୍ଧାରିତ କରାଯାଇଛି। ପ୍ରାୟ ୪୫ମିନିଟର କାର୍ଯ୍ୟକ୍ରମ ପରେ ମଧ୍ୟାହ୍ନ ଭୋଜନ ଓ ସାମାନ୍ୟ ବିଶ୍ରାମ କରିବେ। ଅପରାହ୍ନ ଗୋଟାଏ ୩୫ମିନିଟରେ ଏକମ୍ବାରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶରେ ଚାଷୀଙ୍କୁ ଉଦବୋଧନ ଦେବେ। ଅପରାହ୍ନ ୨ଟା ୫୦ରେ ଜୟପୁର ବିମାନବନ୍ଦରରୁ ବିଶାଖାପାଟଣା ଏବଂ ସେଠାରୁ ଦିଲ୍ଲୀ ଯାତ୍ରା କରିବେ ବୋଲି ସୂଚନା ମିଳିଛି।

ଏଆଇସିସି ସମ୍ପାଦକ ଅନୀଲ ଚୌଧୁରୀ କହିଛନ୍ତି ଯେ, କେନ୍ଦ୍ର ସରକାର ସେନା ପାଇଁ ଯେପରି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର ଚାଷୀଙ୍କ ପାଇଁ ସମାନ ଆଚରଣ ପ୍ରଦର୍ଶନ କରୁଛନ୍ତି। ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ପ୍ରଦେଶ ଆଗକୁ ଯିବ, ସେଥିପାଇଁ ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୟପୁର ଆସୁଛନ୍ତି।

LEAVE A REPLY

Please enter your comment!
Please enter your name here