ଅଯୋଗ୍ୟ ଘୋଷିତ ହେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍

0
347

ନୂଆଦିଲ୍ଲୀ : ଅଯୋଗ୍ୟ ଘୋଷିତ ହୋଇପାରନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ତାଙ୍କୁ ଅଯୋଗ୍ୟ ଘୋଷିତ କରିବା ଲାଗି ପାକିସ୍ତାନ ଉଚ୍ଚ ନ୍ୟାୟାଳୟରେ ଏକ ପିଟିସନ୍ ଦାୟର ହୋଇଛି । ଆବେଦନରେ ପିଟିସନର ଦର୍ଶାଇଛନ୍ତି ଯେ ୨୦୧୮ ପାକିସ୍ତାନ ସାଧାରଣ ନିର୍ବାଚନ ସମୟରେ ଇମ୍ରାନ ଖାନ୍ ନିଜ ନାମାଙ୍କନ ପତ୍ରରେ ନିଜ ପୂର୍ବ ପତ୍ନୀଙ୍କର ଏକ ଝିଅ ଅଛି ବୋଲି ଲୁଚାଇଛନ୍ତି । ତେବେ ଉଚ୍ଚ ନ୍ୟାୟାଳୟ ଆବେଦକଙ୍କ ଏହି ଆବେଦନକୁ ଗ୍ରହଣ କରିଛନ୍ତି । ଏଥି ସହ ଆବେଦକ ଆଉ ମଧ୍ୟ କହିଛନ୍ତି ଯେ ଇମ୍ରାନ ପାକିସ୍ତାନ ସମ୍ବିଧାନର ଧାରା ୬୨ ଓ ୬୩କୁ ଉଲଂଘନ କରିଛନ୍ତି ତେଣୁ ତାଙ୍କୁ ଶୀଘ୍ର ଅଯୋଗ୍ୟ ଘୋଷିତ କରିବା ସହ ପ୍ରଧାନମନ୍ତ୍ରୀ ପଦରୁ ହଟାଯାଉ । ତେବେ କୋର୍ଟ ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବେ ।

LEAVE A REPLY

Please enter your comment!
Please enter your name here